ଛତ୍ରପତି ଶିବାଜୀଙ୍କର ରାଜ୍ୟାଭିଷେକ - ହିନ୍ଦୁ ସାମ୍ରାଜ୍ୟ ଦିନୋତ୍ସବ



ବସନ୍ତ କୁମାର ମଲ୍ଲିକ

 
ଭାରତୀୟ ଇତିହାସର ଏକ ଅତ୍ୟନ୍ତ ଗୌରବଜ୍ୱଳ ଦିନ ଥିଲା, ୧୬୭୨ମସିହା ଜ୍ୟୋଷ୍ଠ ତ୍ରୟୋଦଶୀ ତିଥି । ସେଦିନ ରାୟଗଡ଼ କିଲ୍ଲାରେ ବେଦ ମନ୍ତ୍ର ଉଚ୍ଚାରଣ ପୂର୍ବକ ଭାରତବର୍ଷର ସମସ୍ତ ପବିତ୍ର ନଦନଦୀର ଜଳରେ ଶିବାଜୀ ମହାରାଜାଙ୍କୁ ସ୍ନାନ କରାଯାଇ ରାଜ୍ୟାଭିଷେକ କରାଗଲା । ଏହି ରାଜ୍ୟାଭିଷେକ ସମାରୋହ ଏତେ ଭବ୍ୟ ଥିଲା ଯେ, କୁହାଯାଏ ଗତ ୮୦୦ ବର୍ଷ ଧରି ଭାରତବର୍ଷରେ ଏପରି ରାଜ୍ୟାଭିଷେକ କାହାର ହୋଇ ନଥିଲା । ୟୁରୋପ ମହାଦେଶର ବିଭିନ୍ନ ଦେଶ ଯଥା ପର୍ତ୍ତୁଗାଲ୍‌, ଫ୍ରାନସ୍‌, ଡଚ୍‌, ଏସିଆ ମହାଦେଶର ରୁଷ୍ ଆଦି ତଥା ଭାରତର ବିଭିନ୍ନ ରାଜବଂଶର ପ୍ରତିନିଧିମାନେ ଏହି କାର୍ଯକ୍ରମରେ ଅଂଶ ଗ୍ରହଣ କରିବା ଏହାର ଭବ୍ୟତାକୁ ସୁଚାଉ ଅଛି । ଐତିହାସିକ ଦୃଷ୍ଟିରୁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାରଣ, ଏକ ବିଶାଳ ସ୍ୱାଧୀନ ହିନ୍ଦୁ ସାମ୍ରାଜ୍ୟର ପ୍ରତିଷ୍ଠା ହେବା, ସପ୍ତାଶ୍ଚାର୍ଯ୍ୟ ଠାରୁ ମଧ୍ୟ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା । ତତ୍କାଳିନ ସମୟରେ ରାଜ୍ୟ ପ୍ରତିଷ୍ଠାତ ଦୂରର କଥା, ହିନ୍ଦୁ ସମାଜ ଖୋଲାଖୋଲି ଭାବେ ନିଜର ପୂଜା ବିଧି ପାଳନ କରିବା ସମ୍ଭବ ନଥିଲା । ମଠ ମନ୍ଦିର ଗୋମାତା ଓ ମାତୃ ଜାତିର ଅପମାନ ନିତ୍ୟନିୟମିତ ଘଟଣା ଥିଲା । ହିନ୍ଦୁ ସର୍ଦ୍ଦାରମାନେ ମୋଗଲ ଦରବାର କିମ୍ବା ନିଜାମ ଦରବାରରେ ଗୋଲାମୀ କରୁଥିଲେ । ପ୍ରଶ୍ନ ଥିଲା, ହିନ୍ଦୁ ଜାତିର ଭବିଷ୍ୟତ କଣ ହେବ? କିଏ ହିନ୍ଦୁ ସମାଜକୁ ରକ୍ଷା କରିବ ? ଏପରି ପରାଧୀନତାର ଘନ ଅନ୍ଧକାର ମଧ୍ୟରେ ମହାରାଜାଙ୍କର ଛତ୍ର ଧାରଣ ସମସ୍ତ ଇତିହାସକାରମାନଙ୍କ ଦୃଷ୍ଟିକୁ ସେଦିନ ରାୟଗଡ଼ ଉପରେ କେନ୍ଦ୍ରିତ କରିବା ପାଇଁ ଏକ ପ୍ରକାର ବାଧ୍ୟ କରିଥିଲା । ୧୬୩୦ ମସିହା ବେଳକୁ ଭାରତର ଚର୍ତୁଃପାଶ୍ୱର୍ରେ ବିଦେଶୀ ଆକ୍ରମଣକାରୀଙ୍କ ଶାସନ ଥିଲା । ଉତ୍ତର ଭାରତରେ ମୋଗଲ ଶାସକ ଶହାଜାନ୍‌, ଗୋଲକକୁଣ୍ଡାରେ କୁତବଶାହା, ବିଜାପୁରର ଆଦିଲସାହା, ଅହମଦ୍ ନଗରର ନିଜାମ ଶାହା, ସମୁଦ୍ରତଟ ବନ୍ଦରମାନଙ୍କରେ ପର୍ତ୍ତୁଗାଲମାନଙ୍କ ଆଧିପତ୍ୟ, ବିଦେଶକୁ ସଂଯୋଗ କରୁଥିବା ସମସ୍ତ ସ୍ଥଳଭାଗ ଉପରେ ମୋଗଲମାନଙ୍କ ନିୟନ୍ତ୍ରଣ ଇଂରେଜମାନଙ୍କ କୂଟୀଳତା ଏସବୁ ମଧ୍ୟରେ ହିନ୍ଦୁ ରାଷ୍ଟ୍ରର ଅସ୍ତିତ୍ତ୍ୱ ବିପଦରେ ପଡ଼ିଥିଲା । ଠିକ୍ ଏହି ସମୟରେ ପୁନା ଠାରୁ ଅନତି ଦୂରରେ ଜୁନର ଶିବନେରୀ ଦୁର୍ଗରେ ଶିବାଜୀଙ୍କର ଜନ୍ମ ହେଲା । ମାତ୍ର ୧୫ ବର୍ଷ ବୟସରେ ୧୬୪୫ ରେ ମାଓଳା ପ୍ରଦେଶର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ରୋହିଡେଶ୍ୱର ଶିବଲିଙ୍ଗ ଉପରେ ନିଜର ଆଙ୍ଗୁଠିକୁ କାଟି ରକ୍ତରେ ଅଭିଷେକ କରି ହିନ୍ଦବୀ ସ୍ୱରାଜ୍ୟର ସଂକଳ୍ପ କରିଥିଲେ । ପାଖରେ ମାଓଦା ପ୍ରଦେଶର ଖେଳ ସାଥିମାନେ ଛିଡା ହୋଇ ସାମୂହିକ ଭାବେ ହିନ୍ଦୁ ସମାଜ ପାଇଁ ପଣ କରିଥିଲେ । ମହାରାଜା ଶିବାଜୀ ଓ ଇତିହାସର ଅନ୍ୟ ମହାରାଜାମାନଙ୍କୁ ତୁଳନା କଲେ ଶିବାଜୀ ମହାରାଜା ସ୍ପଷ୍ଟ ରୂପେ ଅଲଗା ବାରିହୋଇ ପଡ଼ନ୍ତି । ସ୍ୱରାଜର ଭୌଗୋଳିକ ସୀମା ଅଶୋକଙ୍କ ଭଳି ବିରାଟ ନଥିଲା କିନ୍ତୁ ହିନ୍ଦବୀ ରାଜ୍ୟ ପ୍ରତିଷ୍ଠା ପଛରେ ଯେଉଁ ବିଚାର ଥିଲା ତାହା ଶିବାଜୀଙ୍କୁ ଅଲଗାଭାବେ ଚିତ୍ରିତ କରେ । ହିନ୍ଦବୀ ସ୍ୱରାଜ୍ୟର ଅର୍ଥ କେବଳ ହିନ୍ଦୁ ମାନଙ୍କର କଲ୍ୟାଣ ନୁହେଁ, ସମସ୍ତ ମତ, ପନ୍ଥ ଲୋକମାନଙ୍କର କଲ୍ୟାଣ, ସ୍ୱାଭିମାନ ଓ ସ୍ୱାଧୀନତାର ଗ୍ୟାରେଣ୍ଟି, ଗୋମାତା ମଠ ମନ୍ଦିର ଓ ମାତୃ ଜାତିର ଉଚ୍ଚାଙ୍ଗ ସମ୍ମାନ । ଶୀବାଜୀ ଧର୍ମ ଆଧାରରେ କେବେ ମଧ୍ୟ ପକ୍ଷପାତ କରିନଥିଲେ । ଉଭୟ ପରାକ୍ରମ ଓ କୂଟନୀତି ବିଶାରଦ ଥିଲେ । ୧୬୪୯ ରେ ସେ ବିଜାପୁରରୁ ନିଜର ପିତାଙ୍କୁ ଯେପରି ମୁକ୍ତ କରାଇଲେ ତାହା ତାଙ୍କର ବିଚକ୍ଷଣ କୂଟନୀତିକୁ ପ୍ରତିପାଦିତ କରୁଛି । ଶିବାଜୀ ଜାଣିଥିଲେ ବିଜାପୁର ସାମ୍ରାଜ୍ୟ ବଢୁ, ଏହା ମୋଗଲ ବାଦଶାହା ଚାହୁଁନଥିଲା । ତେଣୁ ଔରଙ୍ଗଜେଦବକୁ ପତ୍ର ଲେଖି ମୋଗଲ ସୁଲତାନ ପାଇଁ ବିଶ୍ୱସ୍ତ ସିପାହୀ ଭାବରେ କାମ କରିବାର ପ୍ରସ୍ତାବ ଦେଲେ । ଔରଙ୍ଗଜେବକୁ ମଧ୍ୟ ଦକ୍ଷିଣ ଭାରତରେ ମୋଗଲ ସାମ୍ରାଜ୍ୟ ବିସ୍ତାର ପାଇଁ ମରାଠାମାନଙ୍କ ସହାୟତା ଆବଶ୍ୟକ ଥିଲା । ତେଣୁ ସେ ଖୁସି ହୋଇଗଲା ଓ ଆଦିଲଶାହାକୁ ପତ୍ର ଲେଖି ଶାହାଜୀଙ୍କୁ ହିନ୍ଦୁ ସାମ୍ରାଜ୍ୟ ଦିନୋତ୍ସବ ଛତ୍ରପତି ଶିବାଜୀଙ୍କର ରାଜ୍ୟାଭିଷେକ ଙ୍କ ବସନ୍ତ କୁମାର ମଲ୍ଲିକ ଙ୍କ ୧୩ ୧ ଔଟଘଋ -୨୦୨୦ କ୍ଷ ଠକ୍ଟକ୍ଷ-୫୬ କ୍ଷ ଘକ୍ଟ-୩୭ ଛାଡ଼ିବାକୁ କହିଲା । ୧୬ ମଇ ୧୬୪୯ରେ ଶାହାଜୀ ମୁକ୍ତ ହେଲେ । ସେତେବେଳେ ଶିବାଜୀଙ୍କୁ ମାତ୍ର ୧୯ ବର୍ଷ । ଶାହାଜୀଙ୍କ ମୁକ୍ତି ପରେ ଶିବାଜୀ ସ୍ୱରାଜ୍ୟର ବିସ୍ତାର ପାଇଁ ପୁଣି ଲାଗିପଡିଲେ । ବିଜାପୁର ଅଧୀନରେ ଥିବା ପ୍ରତାପଗଡ଼ କିଲ୍ଲାକୁ ୧୬୫୬ରେ ଜାଗିରଦାର ଚନ୍ଦ୍ରରାଓ, ଯଶୋବନ୍ତ ରାଓ, ମୋରେକୁ ହତ୍ୟାକରି ଦଖଲ କଲେ । ଅବଶ୍ୟ ହତ୍ୟା ପୂର୍ବରୁ ମୋରେଙ୍କୁ ସ୍ୱରାଜ୍ୟପାଇଁ କାମ କରିବାର ପ୍ରସ୍ତାବ ଦେଇଥିଲେ । ମାନସିକ ଗୋଲାମୀ କାରଣରୁ ସେ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା । ସେତେବେଳେ ମୋରେ ଅଧୀନରେ ୧୨,୦୦୦ ପଦାତିକ ସୈନ୍ୟ ଓ ଗଡ଼ରେ ଅପାର ସମ୍ପତ୍ତି ଥିଲା । ଶିବାଜୀ ଏହି ଦୁର୍ଗ ଜିତିବାକୁ ଗନିମି କାୱା (ଯୁଦ୍ଧ କୌଶଳ) ଶୈଳୀକୁ ଆପଣେଇ ଅତି ସହଜରେ ଜିତି ଗଲେ । ଏହା ତାଙ୍କର ସ୍ୱତନ୍ତ୍ର ନିଜସ୍ୱ କୌଶଳ । ଶିବାଜୀ ନିଜର ଅତ୍ୟନ୍ତ ବିଶ୍ୱସ୍ତ ଏବଂ ପରାକ୍ରମୀ ରଘୁନାଥ ପନ୍ଥଙ୍କୁ ପଠାଇ ମୋରେକୁ ଦୁର୍ଗ ଭିତରେ ହତ୍ୟା କଲେ । ମୋରେର ମୃତ୍ୟୁ ପରେ ଅତିସହଜରେ କିଲ୍ଳା ସ୍ୱରାଜ୍ୟ ସହିତ ମିଶିଗଲା । ଏହାର ପ୍ରତିଶୋଧ ନେବା ପାଇଁ ଆଦିଲ୍ ଶାହ ତାର ଅତ୍ୟନ୍ତ ପରାକ୍ରମୀ ସେନାପତି ଯିଏ ଏକଦା ଔରଙ୍ଗଜେବକୁ ପରାସ୍ତ କରିଥିଲା ଆଫଜଲ୍ ଖାନ୍‌କୁ ପଠାଇଲା । ଆଫଜଲ୍ ଖାନ୍ ସହିତ ୩୦ ହଜାର ଘୋଡ଼ା ସବାର,୧୨ହଜାର ପଦାତିକ, ନାମବନ୍ତ ସର୍ଦ୍ଦାର ଯଥା ମୁସେ ଖାନ୍ ଫତେ ଖାନ୍‌, ସୟଦ ବନ୍ଦା ଇତ୍ୟାଦି ଥିଲେ । ଏହି ସେନା ଏକ ପ୍ରକାର ଅପରାଜେୟ ଜଣାପଡ଼ୁଥିଲା । ଦୁନିଆଁ ସାରା ଇତିହାସକାର ଏହି ଅଭିଯାନର ଫଳାଫଳ ଉପରେ ନଜର ରଖିଥିଲେ । ଆଫଜଲ୍ ଖାଁ ମଧ୍ୟ ଏକ ବିଶେଷ ପ୍ରକାର ରଣନୀତି ଅନୁସାରେ ପଣ୍ଡରପୁର, ତୁଲଜା ଭବାନୀ ମନ୍ଦିର ଇତ୍ୟାଦି ଧ୍ୱଂସ କରି ଆଗକୁ ଚାଲିଥାଏ । ସେ ଭାବିଥିଲା ଶିବାଜୀ ଦୁର୍ଗରୁ ବାହାରି ସମତଳ କ୍ଷେତ୍ରରେ ତା ସହିତ ଲଢିବେ । କିନ୍ତୁ ମହାରାଜ ଠିକ ତାର ଓଲଟା ଭାବୁଥିଲେ । ମହାରାଜ ମାତ୍ର କେତେ ହଜାର ସୈନ୍ୟକୁ ନେଇ ପ୍ରତାପଗଡ଼ ଭିତରେ ଆଫଜଲ୍ ଖାଁକୁ ଅପେକ୍ଷା କରିଥିଲେ । ଶେଷରେ ମହାରାଜଙ୍କ ଅନୁମାନ ସତ ହେଲା ଖାଁ ଜାଉଳୀ ଜଙ୍ଗଲ ଭିତରେ ପ୍ରବେଶ କଲା । ଏଥର ଶିବାଜୀ ଗୋପୀନାଥ କକାଙ୍କୁ ପଠାଇ ଖାଁଙ୍କୁ ବୁଝାଇ ଦେଲେ ଯେ ଶିବାଜୀ ଡରି ଯାଇଛି, ତେଣୁ ସେ ଦୁର୍ଗରୁ ଆଦୌ ବାହାରୁ ନାହିଁ । ସେ ପଶ୍ଚାତାପ କରୁଛି । ସେ ସନ୍ଧି କରିବାକୁ ଚାହୁଁଛି । ଯଦି ଖାଁ୍ ଅନୁମତି ଦେବେ ସେ ଏକା ଏକା ଖାଁ୍ ସହିତ ଭେଟ କରିବ । ଖାନ୍ ଭାବିଥିଲା ସେ ଶିବାଜୀଙ୍କୁ ବିଶ୍ୱାସଘାତକତା କରି ମାରି ଦେବ । ଶିବାଜୀ ମହାରାଜ ମଧ୍ୟ ତାପାଇଁ ଅଲଗା ରଣନୀତି କରିଥିଲେ । ତା ହେଲା ବତିଶି ଦାନ୍ତିଆ ଛେଳିକୁ କାଟି ତାର ମୁଣ୍ଡକୁ ଭବାନୀଙ୍କ ପାଖରେ ବଳି ଦେବା, ତଦନୁସାରେ ଯେତେବେଳେ ଆଫଜଲ ଖାଁ ଶିବାଜୀଙ୍କୁ ଭେଟି ମିଠା ମିଠା କଥା କହି କୋଳାଗ୍ରତ କରିବାକୁ ଆଗକୁ ବଢିଲା ମହାରାଜ ତାର ବିଜାପୁର ଦରବାରରେ କରିଥିବା ପ୍ରତିଜ୍ଞା, ତୁଳଜା ଭବାନୀଙ୍କ ମୂର୍ତ୍ତି ଭାଙ୍ଗିବା ଆଦି ବିଷୟ ମନେ ପକାଇ ହିରଣ୍ୟକଶ୍ୟପ ପରି ତାର ପେଟ ଚିରି ଦେଲେ । ସର୍ବଦା ଶତ୍ରୁର ମନ ଭିତରର ଭାବକୁ ବୁଝିବାରେ ଭୁଲ୍ କରି ହିନ୍ଦୁମାନେ ଅନେକ ଥର ଯୁଦ୍ଧରେ ହାରିଛନ୍ତି । କିନ୍ତୁ ଶିବାଜୀ ମହାରାଜ ସେ ସବୁର ପୂର୍ଣ୍ଣଛେଦ ପକାଇ ଆଫଜଲ୍ ଖାଁ ର ମୁଣ୍ଡକାଟି ଭବାନୀଙ୍କ ପାଖରେ ବଳି ଚଢାଇଲେ । ଏହି ଯୁଦ୍ଧରେ ଜାଓଳି ଜଙ୍ଗଲରୁ ମାତ୍ର ୧୧ଜଣ ବିଜାପୁର ସୈନ୍ୟ ଉଦ୍ଧାର ପାଇଥିଲେ । ଶିବାଜୀ ମହାରାଜଙ୍କ ଯୁଦ୍ଧନୀତି ସେ ସମୟ ପାଇଁ ସମ୍ପୂର୍ଣ୍ଣ ଅଲଗା ଥିଲା । ଅଦ୍ୱିତୀୟ ମଧ୍ୟ ଥିଲା । ସୁରତର ଅପାର ଧନ ଦୌଲତକୁ ସ୍ୱରାଜ୍ୟ ଆଣିବା ପରେ ଔରେଙ୍ଗଜେବ ରାଗରେ ରକ୍ତ ଚାଉଳ ଚୋବାଉ ଥିଲା । ଅବଶ୍ୟ ସୁରତ ଲୁଣ୍ଠନ ପଛରେ ଦୁଇଟି କାରଣ ଥିଲା । ପ୍ରଥମଟି ସ୍ୱରାଜ୍ୟ ପାଇଁ ଯେଉଁ ଅପାର ଧନ ସମ୍ପଦ ଦରକାର ତାହା ସୁରତର ଧନ କୁବେରମାନଙ୍କ ପାଖରେ ଥିଲା । ଦ୍ୱିତୀୟ କାରଣ ସୁରତରେ ଇଂରେଜମାନଙ୍କ ବାଣିଜ୍ୟ କୋଠି ଥିଲା । ଇଂରେଜମାନେ ଭାରତର ରାଜନୀତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ । ତେଣୁ ମହାରାଜ ସୁରତ ଆକ୍ରମଣ ମଧ୍ୟ କରିଥିଲେ । ୧୬୬୧ ଔରଙ୍ଗଜେବ ସୁରତର ବଦଲା ନେବା ପାଇଁ ନିଜର ମାମୁ ଶାଇସ୍ତା ଖାନ୍‌କୁ ବିପୁଳ ସୈନ୍ୟ ବାହିନୀ ସହିତ ପୁନା ଅଧିକାର କରିବା ପାଇଁ ପଠାଇଲା । ଶାଇସ୍ତା ଖାନ୍ ଲାଲ ମହଲରେ ବସିଥାଏ, ତାକୁ ସାମନା କରିବା ପାଇଁ ସ୍ୱରାଜ୍ୟରେ ଏତେ ସଂଖ୍ୟକ ସୈନ୍ୟ ନଥାନ୍ତି । ତେଣୁ ମହାରାଜ ଏକ ଅଭିନବ ଉପାୟ ଚିନ୍ତାକରି, ତାଙ୍କର ବିଶ୍ୱସ୍ତ ସାଥୀମାନଙ୍କୁ ମନ୍ତ୍ରଣା କକ୍ଷକୁ ଡାକିଲେ । ଯୋଜନା ଅନୁସାରେ ରମଜାନ ମାସ ଷଷ୍ଠି ଦିନ ୨୦୦୦ ସୈନ୍ୟଙ୍କୁ ନେଇ ମହାରାଜ ଶାଇସ୍ତା ଖାଁର ଦେଢ ଲକ୍ଷ ସୈନ୍ୟ ବାହିନୀ ମଧ୍ୟରେ ପ୍ରବେଶ କରି ନିଜେ ଶାଇସ୍ତା ଖାନ୍‌କୁ ହତ୍ୟା କରିବେ । ଏହା ତାଙ୍କର ଅନେକ ଘନିଷ୍ଠ ମିତ୍ରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ମହାରାଜଙ୍କ ଯୋଜନା ଏକଦମ ଠିକ ଏବଂ ନିପୁଣ । ଶିବାଜୀ ଏହି ଯୁଦ୍ଧରେ ସାଇସ୍ତା ଖାଁର ତିନୋଟି ଆଙ୍ଗୁଠି କାଟିଦେଲେ । ତାର ସମସ୍ତ ପୁତ୍ର ଓ ଅନେକ ସର୍ଦ୍ଦାରଙ୍କୁ ହତ୍ୟାକରି ସକୁଶଳ ଫେରିଆସିଥିଲେ । ସକାଳୁ ସକାଳୁ ଶାଇସ୍ତା ଖାଁ ଦିଲ୍ଲୀ ଅଭିମୁଖେ ପଳାଇ ଗଲା । ଏହା ଥିଲା ଇତିହାସର ପ୍ରଥମ ତଥା ଆଜି ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ସର୍ଜିକାଲ ଷ୍ଟ୍ରାଇକ୍ । ଦିଲ୍ଲୀରେ ଶାଇସ୍ତା ଖାଁକୁ ଯେତେବେଳେ ଔରେଙ୍ଗଜେବ ତିରସ୍କାର କଲା ସେତେବେଳେ ଶାଇସ୍ତା ଖାନ୍ କହିଲା ତୁ ଶିବାଜୀଙ୍କ ୁଜାଣିନାହୁଁ ସେ ନଶ୍ଚିତ କଳା ଯାଦୁଜାଣେ, ନହେଲେ ଦେଢଲକ୍ଷ ସେନା ବାହିନୀ ଭିତରେ ପଶି ହାଣକାଟ କରି ସୁରକ୍ଷିତ ପଳେଇ ଯିବା, ଏକ ପ୍ରକାର ଅସମ୍ଭବ କଥା । ଏହା ଶିବାଜୀଙ୍କର ଅଦ୍ଭୁତ ପରାକ୍ରମର ପ୍ରମାଣ । ଏସବୁ ପରାକ୍ରମ, ନିରନ୍ତର ପରିଶ୍ରମ ଓ ସାଧନା କେବଳ ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ ନଥିଲା ବରଂ ହିନ୍ଦୁରାଷ୍ଟ୍ର, ହିନ୍ଦୁ ସଂସ୍କୃତି ୧ ଔଟଘଋ -୨୦୨୦ କ୍ଷ ଠକ୍ଟକ୍ଷ-୫୬ କ୍ଷ ଘକ୍ଟ-୩୭ ୧୪ ପାଇଁ ସମର୍ପିତ ଥିଲା । ସ୍ୱରାଜ୍ୟକୁ ମାଟିରେ ମିଶାଇ ଦେବା ପାଇଁ ଔରଙ୍ଗଜେବ ଏଥର ମିର୍ଜାରାଜା ଜୟ ସିଂହ, ତା ପୁଅ ରାମ ସିଂହକୁ ପଠାଇଥିଲା । ମିର୍ଜାରାଜା ପରାକ୍ରମୀ ଥିଲା । ସ୍ୱରାଜକୁ ସମାପ୍ତ କରିବା ପାଇଁ ଜନ୍ମଜାତ ଗୋଲାମ ଜୟ ସିଂହ ପୁନା ଅଭିମୁଖେ ବାହାରିଲା । ଏଣେ ଶିବାଜୀ ଭାବୁଥିଲେ ମରାଠା ଓ ରାଜପୁତ ଲଢେଇରେ କ୍ଷତି ହେବ କେବଳ ହିନ୍ଦୁ ମାନଙ୍କର, ଲାଭ ମୋଗଲ ବାଦଶାହାର । ତେଣୁ ସେ ମିର୍ଜାରାଜାକୁ ଐତିହାସିକ ପତ୍ର ଲେଖିଥିଲେ । “ଜୟ ସିଂହ ତୁମେ ପରାକ୍ରମୀ ବୀର, ତୁମେ ଭାରତର ସମ୍ରାଟ ହେବା ପାଇଁ ଯୋଗ୍ୟ । ତୁମେ ଔରେଙ୍ଗଜେବ ପାଇଁ ଗୋଲାମୀ ନକରି ଆସ, ହିନ୍ଦୁ ସ୍ୱରାଜ୍ୟର ସମ୍ରାଟ ହେବା । ମୁଁ ମୋର ସମସ୍ତ କିଲ୍ଲା ତୁମକୁ ଦେଇ ତୁମ ଅଧୀନରେ ସାଧାରଣ ସୈନିକ ଭାବରେ ହିନ୍ଦୁ ରାଷ୍ଟ୍ରର ସେବା କରିବି ।’’ ନିଜର ବ୍ୟକ୍ତିଗତ ପଦ ପ୍ରତିଷ୍ଠା ଠାରୁ ସର୍ବଦା ହିନ୍ଦୁ ସମାଜ ତଥା ହିନ୍ଦୁ ରାଷ୍ଟ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ଏପ୍ରକାର ଉଦାହରଣ ଭାରତ ଇତିହାସରେ ବିରଳ । ଜୟ ସିଂହ ସେ ଚିଠିର ମର୍ମ ତ ବୁଝି ପାରିଲା ନାହିଁ । ଶେଷରେ ମହାରାଜାଙ୍କ ସଫଳ କୂଟନୀତି କାରଣରୁ ୨୩ କିଲ୍ଲା ବଦଳରେ ସ୍ୱରାଜ୍ୟ ମହାବିନାଶ କବଳରୁ ରକ୍ଷା ପାଇଗଲା ଏବଂ ହିନ୍ଦୁ ସୈନିକ ମୃତ୍ୟୁମୁଖରୁ ବର୍ତ୍ତି ଗଲେ, ଖାଲି ସେତିକି ନୁହେଁ ଶିବାଜୀ ଶମ୍ଭୂଜୀଙ୍କ ପାଇଁ ୬ ହଜାରର ମନସବଦାରର ମଧ୍ୟ ମାଗିନେଲେ; ଯାହାର ଅର୍ଥ ବର୍ତ୍ତମାନର କ୍ୟାବିନେଟ ମନ୍ତ୍ରୀପଦ । ଶିବାଜୀଙ୍କ ଦିଲ୍ଲୀ ଦରବାରକୁ ଯିବା ସେ ସମୟ ପାଇଁ ବହୁତ ବଡ଼ ଘଟଣା ଥିଲା । ମିର୍ଜା ରାଜା ଜୟ ସିଂହ ଶିବାଜୀଙ୍କୁ ଦିଲ୍ଲୀ ଦରବାରକୁ ନେବା ପାଇଁ ଅଡ଼ି ବସିଲା । ତାଙ୍କର ସୁରକ୍ଷାର ଦାୟିତ୍ୱ ସେ ନିଜ ପୁତ୍ର ରାମ ସିଂହଙ୍କୁ ଅର୍ପଣ କଲା । ମହାରାଜ ଔରଙ୍ଗଜେବକୁ ଭଲ ଭାବରେ ଜାଣିଥିଲେ । କିନ୍ତୁ ତାଙ୍କର ଯିବା ପଛରେ ଅନ୍ୟ ଏକ କାରଣ ଥିଲା । ତାହା ହେଲା ଭବିଷ୍ୟତରେ ହିନ୍ଦୁ ସ୍ୱରାଜ୍ୟ ପାଇଁ ଦିଲ୍ଲୀ ଅଧିକାର ଜରୁରୀ । ତେଣୁ ନିଜେ ଯାଇ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଓ ଶକ୍ତିର ଆକଳନ କରିବା । ସ୍ୱରାଜ ସିଂହର ଗର୍ଜ୍ଜନ ମୋଗଲ ସେ ସମୟରେ ବିଶ୍ୱର ସବୁଠୁ ଶକ୍ତିଶାଳୀ କେନ୍ଦ୍ର ଥିଲା । ଔରଙ୍ଗଜେବ ସବୁଠୁ କ୍ରୂର ଶାସକ ଥିଲା; ଯେଉଁଦିନ ମହାରାଜ ରାମ ସିଂହ ସହିତ ଦରବାରରେ ଉପସ୍ଥିତ ହେଲେ ଜାଣିଶୁଣି ଔରଙ୍ଗଜେବ ଶିବାଜୀ ମହାରାଜାଙ୍କୁ ଅପମାନିତ କରିବାକୁ ଚେଷ୍ଟାକଲା । ଶିବାଜୀ ମହାରାଜା ଭରା ଦରବାରରେ ସିଂହ ଭଳି ଗର୍ଜ୍ଜନ କଲେ । “ରାମ ସିଂହ ଏ କ’ଣ ହେଉଛି ? ମୋ ଠାରୁ ଅନେକ ଯୁଦ୍ଧରେ ପରାସ୍ତ ହୋଇଥିବା ସର୍ଦ୍ଦାରଙ୍କ ଧାଡ଼ିରେ ମୋତେ ଛିଡ଼ା ହେବାପାଇଁ ପଡ଼ୁଛି ।’’ ଏହା କହି ଔରଙ୍ଗଜେବକୁ ପଛ କରି ନିଜ ପୁତ୍ର ସମ୍ଭାଜୀଙ୍କୁ ଧରି ଚାଲି ଆସିଲେ । ଦରବାରରେ ଅନେକ ସର୍ଦ୍ଦାର ଶିବାଜୀଙ୍କ ବିଷୟରେ ଶୁଣିଥିଲେ । କିନ୍ତୁ ଶିବାଜୀ କ’ଣ ଆଜି ଦେଖିଲେ । ଯେଉଁମାନେ ଗୋଲାମୀ ବ୍ୟତୀତ କିଛି ଜାଣୁ ନଥିଲେ, ସେମାନେ ସ୍ୱରାଜ ସିଂହର ଗର୍ଜ୍ଜନ ଶୁଣି ପ୍ରମାଦ ଗଣିଲେ । ଏହି ଘଟଣା ସମଗ୍ର ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବପୂର୍ଣ୍ଣ ଥିଲା । ଆହୁରି ଗୌରବପୂର୍ଣ୍ଣ ମୁହୂର୍ତ୍ତ ସେତେବେଳେ ଆସିଲା ଯେତେବେଳେ ଶିବାଜୀ ମହାରାଜା ଔରଙ୍ଗଜେବ ବନ୍ଦୀ କରିଥିବା ଆଗ୍ରା ଦୁର୍ଗରୁ ପଳାୟନ କରି ମଥୁରା, ବୃନ୍ଦାବନ, କାଶୀ, ବୁନ୍ଦେଲାଖଣ୍ଡ, ଗଣ୍ଡୱାନା ଦେଇ ଚାରିମାସ ପରେ ପୁନାରେ ପହଞ୍ଚିଲେ । ରାୟଗଡ଼ରେ ପହଞ୍ଚିବା ପରେ ମହାରାଜ ପତ୍ର ଲେଖି ମୋଗଲ ବାଦଶାହାକୁ ଜଣାଇଲେ, ଏହା ଥିଲା ଔରଙ୍ଗଜେବ ଗାଲରେ ଏକ ଶକ୍ତ ଚାପୁଡ଼ା ପରି । ସେତେବେଳ ପର୍ଯ୍ୟନ୍ତ ଔରଙ୍ଗଜେବର ଗୁପ୍ତଚରମାନେ ଶିବାଜୀଙ୍କୁ ଉତ୍ତରଭାରତ ସାରା ଖୋଜୁଥିଲେ । ଏ ଘଟଣା ପରେ ଦିଲ୍ଲୀ ଅଭେଦ୍ୟ ନୁହେଁ, ଏ ବିଶ୍ୱାସ ବୀର ହିନ୍ଦୁମାନଙ୍କର ମନରେ ସୃଷ୍ଟି ହେଲା । ଶିବାଜୀଙ୍କର ପରବର୍ତ୍ତୀ ମରାଠା ଯଥା ପେଶୱା, ବାଜିରାଓ, ମାଧବରାଓ ଓ ସଦାଶିବ ରାଓ ଦିଲ୍ଲୀ ଉପରେ ଆକ୍ରମଣ କରି ମୋଗଲ ଶାସନକୁ କେବଳ ଥରହର କରିଥିଲେ, ଦିଲ୍ଲୀକୁ ଅକ୍ତିଆର ମଧ୍ୟ କରିଥିଲେ । ଦୁର୍ଭାଗ୍ୟକୁ ଏ ତିନିଜଣଙ୍କର ଖୁବ୍ କମ୍ ବୟସରେ ମୃତ୍ୟୁ ହେଲା । ନଚେତ୍ ଆଜି ଭାରତର ଇତିହାସ ଅଲଗା ପ୍ରକାର ହୋଇଥାନ୍ତା । ଔରଙ୍ଗଜେବର ଜୀଜୀୟା କର, ହିନ୍ଦୁମାନଙ୍କ ପାଇଁ ଏକ ବହୁତ ବଡ଼ ଅତ୍ୟାଚାର ଥିଲା । ଏହା ବିରୁଦ୍ଧରେ ଶିବାଜୀ ମହାରାଜ ତାଙ୍କୁ ପତ୍ର ଲେଖି ଏହା ଏକ ଅକ୍ଷମଣୀୟ ଅପରାଧ ବୋଲି କହିଥିଲେ ଏବଂ ଏହି କର ବନ୍ଦ ନକଲେ ସିଧା ଦିଲ୍ଲୀ ଉପରେ ଆମ୍ରକଣ ପାଇଁ ଧମକ ଦେଇଥିଲେ । ଅନ୍ୟ ରାଜା ମହାରାଜାମାନେ କେବଳ ନିଜ ରାଜ୍ୟ କଥା ଭାବୁଥିଲା ବେଳେ ମହାରାଜ ଶିବାଜୀ ସମଗ୍ର ହିନ୍ଦୁ ସମାଜର ଦୁଃଖ ଦୁର୍ଦ୍ଦଶା କଥା ଭାବୁଥିଲେ । ଏହାହିଁ ତାଙ୍କର ଶ୍ରେଷ୍ଠତାର ପ୍ରମାଣ । ଶିବାଜୀ ହେଉଛନ୍ତି ଭାରତୀୟ ନୌସେନାର ଜନକ ଶିବାଜୀ ମହାରାଜା ଅତ୍ୟନ୍ତ ଦୂରଦୃଷ୍ଟିର ପରିଚୟଦେଇ ଆରବ ସାଗରର ସୀମାକୁ ମଜଭୁତ୍ କରିବା ପାଇଁ ଜଞ୍ଜିରା ଦୁର୍ଗ ସମୁଦ୍ର ମଧ୍ୟରେ ନିର୍ମାଣ କରିଥିଲେ । ତତ୍କାଳୀନ ସମୟରେ ଏକଥା କୌଣସି ରାଜା ମହାରାଜାଙ୍କ ମନକୁ ଆସିନଥିଲା ସେ ସମୟରେ ସ୍ୱରାଜ୍ୟରେ ତିନିଶହ ଜଳଜାହାଜ ଥିଲା । ଏସବୁ କାରଣରୁ ଇଂରେଜ ତଥା ପର୍ତ୍ତୁଗାଲ ମାନଙ୍କ ଉପରେ ନଜର ରଖାଯାଇ ପାରିଥିଲା ଏବଂ ଭାରତର ପଶ୍ଚିମ ସମୁଦ୍ର ତଟ ସମ୍ପୁର୍ଣ୍ଣଭାବେ ଶତ୍ରୁମୁକ୍ତ ହୋଇ ପାରିଥିଲା । ଶିବାଜୀ ମହାରାଜଙ୍କ ଅନ୍ୟ ଏକ ବିଶେଷତା ହେଲା ପୁନା ନିକଟସ୍ଥ ବାରୋଟି ମାଉଳା ପ୍ରଦେଶର ପ୍ରତ୍ୟେକ ଅଞ୍ଚଳ ଓ ପ୍ରତି ସର୍ଦ୍ଦାର ବିଷୟରେ ଭଲଭାବେ ଜାଣୁଥିଲେ । ପ୍ରତ୍ୟେକ ସର୍ଦ୍ଦାରଙ୍କ ସହିତ ଘନିଷ୍ଠତା, ତାଙ୍କର ସ୍ୱଭାବିକ ଗୁଣ ଥିଲା । ସେମାନଙ୍କ ସହିତ ସେ ପିଲାବେଳେ ବିଭିନ୍ନ ଖେଳ କସରତ କରି ୧୫ ୧ ଔଟଘଋ -୨୦୨୦ କ୍ଷ ଠକ୍ଟକ୍ଷ-୫୬ କ୍ଷ ଘକ୍ଟ-୩୭ ସେମାନଙ୍କୁ ଆତ୍ମୀୟତା ସୂତ୍ରରେ ବାନ୍ଧି ରଖିଥିଲେ । ତାଙ୍କ ଭିତରେ ସ୍ୱରାଜ୍ୟ ପାଇଁ ସର୍ବସ୍ୱ ଅର୍ପଣ କରିବାର ଭାବ ଭରିଥିଲେ । ସେହିମାନେ ଆଗକୁ ଯାଇ ସ୍ୱରାଜ ପାଇଁ ବଳିଦାନ କରିଥିଲେ । ଯାହା ହିନ୍ଦୁ ଜାତି ପାଇଁ ଅଜର ଅମର ଗାଥା ହୋଇ ଯୁଗ ଯୁଗକୁ ରହିବ । ଏକ ବାକ୍ୟରେ କହିଲେ, ଲୋକ ସଂପର୍କ, ଲୋକ ସଂଗ୍ରହ, ଲୋକ ନିର୍ମାଣ ଓ ଲୋକ ନିୟୋଜନ ଏହି କ୍ରମରେ ବାଜିପ୍ରଭୁ ଦେଶପାଣ୍ଡେ, ତାନାଜୀ ମାଲୁସରେ, ନେତାଜୀ ପାଲକର, ୟଶଜୀକଙ୍କ, ସୋଲାର ମାମା ଆଦିଙ୍କ ବିଷୟ ଆସେ । ତତ୍କାଳୀନ ସମୟରେ ସ୍ୱରାଜ ପାଇଁ ଲଢୁଥିବା ଜଣେ ଜଣେ ସୈନିକ ଓ ସେନାପତିଙ୍କ ଗୁରୁତ୍ୱକୁ ଶିବାଜୀ ମହାରାଜ ବେଶ୍ ବୁଝିଥିଲେ । ପରାଧୀନତାର ଘୋର ଅନ୍ଧକାର ସମୟରେ ସ୍ୱାଧୀନତାର ମଶାଲ ଧରି ଏହି ପରାକ୍ରମୀମାନେ ଶିବାଜୀଙ୍କ ହୃଦୟରେ ସର୍ବଦା ବାସ କରୁଥିଲେ । ଶିବାଜୀଙ୍କ ପାଇଁ ସ୍ୱରାଜର ଅର୍ଥ ନିଜର ବିଶାଳ ହିନ୍ଦୁ ପରିବାର ୧୬୬୦ ପନ୍ନାଳରୁ ପଳାୟନ ବେଳେ ଘୋଡ଼ାଖଣ୍ଡି ଘାଟୀ ନିକଟରେ ବାଜୀପ୍ରଭୁ ସମେତ ଶହେଜଣ ସୈନ୍ୟଙ୍କୁ ଛାଡ଼ିଯିବା ପାଇଁ ତାଙ୍କର ଇଚ୍ଛା ନଥିଲା । ସେ ସାଙ୍ଗରେ ମିଶି ଲଢିବାକୁ ଚାହୁଁଥିଲେ । କିନ୍ତୁ ବାଜୀପ୍ରଭୁ ତାଙ୍କୁ ବିଶ୍ୱାସ ଦେଲେ ମହାରାଜ ଆପଣ ବିଶାଳଗଡ଼ରେ ପହଞ୍ଚି ତୋପ ଶବ୍ଦ କଲେ ଆମେ ସବୁ ବିଶାଳଗଡରେ ପହଞ୍ଚିଯିବୁ । କିନ୍ତୁ ନିୟତିର ଇଚ୍ଛା ଅଲଗା ପ୍ରକାର ଥିଲା । ବିଶାଳଗଡ଼କୁ ଘେରି ବସିଥିଲେ ତାଙ୍କର ନିକଟତମ ସମ୍ପର୍କୀୟମାନେ । ଅଗତ୍ୟା ଶିବାଜୀ ମହାରାଜ ବାଜୀପ୍ରଭୁ ଓ ସୈନିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଳମ୍ବ ନକରି ବିଶାଳଗଡକୁ ଘେରିବସିଥିବା ନିଜର ସ୍ୱାର୍ଥାନ୍ଧ ଆତ୍ମୀୟମାନଙ୍କ ସହ ଯୁଦ୍ଧ କରି ସେ ବିଶାଳଗଡ଼ ଚଢିଲେ । ତୋପ ଶବ୍ଦ କରିବା ପାଇଁ ଆଦେଶ ଦେଇ ଅପେକ୍ଷା କରିଥିଲେ ନିଜର ପ୍ରାଣପ୍ରିୟ ସୈନ୍ୟମାନଙ୍କୁ । ବାରମ୍ବାର ଦୁର୍ଗ ଉପରେ ଚଢି ମଶାଲ ଆଲୋକକୁ ଅପେକ୍ଷା କରୁଥାନ୍ତି । ଶେଷରେ ମଶାଲଧାରୀ ସୈନିକମାନେ ଆସିଲେ ଓ ମହାରାଜ ଅତ୍ୟନ୍ତ ତରବର ହୋଇ ତଳକୁ ଆସିଲେ । ସମସ୍ତଙ୍କୁ ଦେଖିଲେ, କିନ୍ତୁ ବାଜୀପ୍ରଭୁଙ୍କୁ ପାଇଲେ ନାହିଁ । ସୈନିକମାନଙ୍କୁ ପଚାରିଲେ, ତୁମେମାନେ ଆସିଲ ଆଉ ସେ କୁଆଡ଼େ ଗଲେ ? ସୈନିକମାନଙ୍କ ମୁହଁରେ ଉତ୍ତର ନଥିଲା । ପଛରୁ ଚାରିଜଣ ସୈନିକ ବାଜୀପ୍ରଭୁଙ୍କ ମୃତ ଶରୀରକୁ ତଳେ ଥୋଇଦେଲେ । ଦୀର୍ଘ ୨୧ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଘୋଡ଼ାଖଣ୍ଡି ଘାଟିରେ ଦୁଇ ହାତରେ ଦୁଇଟି ତରବାରୀ ଧରି ଅଦ୍ଭୁତ ପରାକ୍ରମ ପ୍ରଦର୍ଶନ କରି ସେହି ବୀରପୁରୁଷ ଚୀରନିଦ୍ରାରେ ହୋଇ ଯାଇଥିଲେ । ମହାରାଜଙ୍କ ମୁଣ୍ଡ ଘୂରିଗଲା । ସେ ବାଜୀପ୍ରଭୁଙ୍କ ଶବ ଉପରେ ଶୋଇଯାଇ କାନ୍ଦିବାକୁ ଲାଗିଲେ । “ବାଜୀ ତୁମେ ତୁମ ମହାରାଜାଙ୍କୁ ଦେଇଥିବା ବଚନ ରକ୍ଷା କଲ ନାହିଁ । ମୋତେ ଏକାକରି ତୁମେ ଚାଲିଗଲ । ଉଠ ବାଜୀ ଉଠ; ତୁମେ ଏବେ ତୁମ ବଚନ ରକ୍ଷାକର । ତମେ ତ କହିଥିଲ ତୋପ ଶବ୍ଦ ହେବାକ୍ଷଣି ତୁମେ ବିଶାଳଗଡ଼ ପହଞ୍ଚିବ ବୋଲି ।” ଏହି କଥାକୁ ମହାରାଜ ବାରମ୍ବାର କହି କହି ବାଜିଙ୍କ ମୁଣ୍ଡକୁ କୋଳରେ ଧରି ସାରାରାତି କାନ୍ଦିଥିଲେ । ୬୭୦ ମସିହାରେ କୋନ୍ଦଣା ବିଜୟ ଅଭିଯାନରେ ତାନାଜୀଙ୍କ ବଳିଦାନରେ ମହାରାଜା ଏତେ ଦୁଃଖିତ ଥିଲେ ଯେ ବାରଦିନ କାଳ ଉପବାସ ରହି କାନ୍ଦିଥିଲେ । ସ୍ୱରାଜ୍ୟ ପାଇଁ ଲଢୁଥିବା ପ୍ରତିଟି ସୈନିକମାନଙ୍କ ପାଇଁ ମହାରାଜାଙ୍କ ହୃଦୟରେ ଏହି ପରି ଭାବନା ତାଙ୍କୁ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରେ । ଏହା ପ୍ରକୃତ ଅର୍ଥରେ ହିନ୍ଦବୀ ସ୍ୱରାଜ୍ୟ । ତାନାଜୀଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରର ବିବାଘର ମହାରାଜ ନିଜ ହାତରେ କରିଥିଲେ । ହିନ୍ଦୁ ସ୍ୱରାଜ ପାଇଁ ଏହା ଥିଲା ଏକ ପାରିବାରିକ କର୍ତ୍ତବ୍ୟ । ମହାରାଜଙ୍କ ପାଇଁ ହିନ୍ଦୁ ସ୍ୱରାଜ୍ୟର ଅର୍ଥ ହେଲା ନିଜର ବିଶାଳ ହିନ୍ଦୁ ପରିବାର । ଏତେ ପରାକ୍ରମ, ଯଶ, ଖ୍ୟାତି ପରେ ବି ସେ ନିରହଂକାରୀ ଓ ରାଷ୍ଟ୍ର ପ୍ରତି ସମର୍ପିତ ରହୁଥିଲେ । ଗୁରୁ ରାମଦାସଙ୍କ ଏକ ଆଦେଶରେ ସମଗ୍ର ସ୍ୱରାଜକୁ ଗୁରୁଙ୍କ ଚରଣରେ ଅର୍ପଣ କରିଦେଲେ । ରାମଦାସ କହିଲେ, ସମଗ୍ର ସ୍ୱରାଜ ଏବେ ମୋର, ତୁ କେବଳ ପ୍ରତିନିଧି ହୋଇ ଶାସନ କର । ଶିବାଜୀ ମହାରାଜାଙ୍କ ନିରନ୍ତର ସାଧନା ଅନ୍ୟ କୌଣସି ରାଜାଙ୍କ ନିକଟରେ ଦେଖାଯାଏ ନାହିଁ । ଗୋଟିଏ ବିଜୟ ପରେ ବିଶ୍ରାମ ନନେଇ ସେ ଆଉ ଗୋଟିଏ ଅଭିଯାନରେ ବାହାରି ପଡ଼ୁଥିଲେ । ଅନୁକୁଳ ବାତାବରଣରୁ ଭରପୂର ଫାଇଦା ଉଠାଇ ଶତ୍ରୁକୁ ସୁଯୋଗ ନଦେଇ ସେ ବିଜୟ ପରେ ବିଜୟ ହାସଲ କରୁଥିଲେ । ଶତ୍ରୁକୁ କୌଣସି ପ୍ରକାର ହେୟ ମଣୁ ନଥିଲେ । କିମ୍ବା ଶତ୍ରୁ ପ୍ରତି ସେ କୋହଳ ଭାବ ରଖୁ ନଥିଲେ । କାରଣ ଏ ଯୁଦ୍ଧ ତାଙ୍କର ବ୍ୟକ୍ତିଗତ ଯୁଦ୍ଧ ନଥିଲା । ହିନ୍ଦୁ ସ୍ୱରାଜ ପାଇଁ ଯୁଦ୍ଧ ଥିଲା । ତେଣୁ ରାଷ୍ଟ୍ରର ଶତ୍ରୁ ମୋର ଶତ୍ରୁ । ଇତିହାସରେ ଅନେକ ରାଜା ମହାରାଜା ବ୍ୟକ୍ତିଗତ ଆଦର୍ଶ ପ୍ରକଟ କରିବାକୁ ଯାଇ ରାଷ୍ଟ୍ରର ଅନେକ କ୍ଷତି କରିଛନ୍ତି । କିନ୍ତୁ ମହାରାଜ ଶିବାଜୀ ଏ ସମସ୍ତଙ୍କ ଠାରୁ ଅଲଗା ଥିଲେ । ଅବଶେଷରେ ନିରନ୍ତର ପରିଶ୍ରମ କାରଣରୁ ତାଙ୍କ ଶରୀର ଅସୁସ୍ଥ ହୋଇ ୧୬୮୦ରେ ଦେହାବସାନ ହେଲା । ଗୋଟିଏ ମାତ୍ର ତୋରଣଗଡ଼ କିଲ୍ଲାରୁ ଆରମ୍ଭ କରି ସ୍ୱରାଜ୍ୟରେ ୧୬୮୦ ବେଳକୁ ୪୦୦ କିଲ୍ଲା ଏବଂ ୧ଲକ୍ଷ ସୈନ୍ୟବାହିନୀ ହୋଇ ପାରିଥିଲା । ତାଙ୍କର ଅମର କୀର୍ତ୍ତିକୁ ତାଙ୍କ ସୁପୁତ୍ର ଧର୍ମବୀର ସମ୍ଭାଜୀ ମହାରାଜ ଆଗକୁ ବଢାଇ ୨୫ ବର୍ଷ କାଳ ମୋଗଲ ଆକ୍ରମଣରୁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ । ଦଶନ୍ଧି ଦଶନ୍ଧି ଧରି ହିନ୍ଦୁ ସମାଜର ମାନସିକ ଗୋଲାମୀକୁ ଭାଙ୍ଗି ସ୍ୱାଭିମାନର ସହିତ ବଞ୍ଚିବାର ପ୍ରେରଣା ଦେଇଥିବା ଏହି ଯୁଗ ପୁରୁଷଙ୍କ ରାଜ୍ୟାଭିଷେକ ଦିବସକୁ ଯଥାର୍ଥରେ ହିନ୍ଦୁ ସମାଜ ଅତ୍ୟନ୍ତ ଗୌରବପୂର୍ଣ୍ଣ ଭାବେ ପାଳନ କରିବା କଥା । 


Comments